pakka

କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ପିଏଚ୍ ଡିଗ୍ରୀ ହାସଲ କଲେ ଶୋଭିତ ମିଶ୍ର

bbehera

ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ମୁକାପୁର ନିବାସୀ ଶୋଭିତ ମିଶ୍ର କାଲିଫର୍ଣ୍ଣିଆ ପବ୍ଲିକ ବିଶ୍ଵବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ପେରାମ୍ବୁଲଠାରେ ଏକ କନଭୋକେସନ୍‌ରେ ଏକ ଭବ୍ୟ ସମାରୋହରେ ମାନପତ୍ର ପ୍ରଦାନ କରାଯାଇଛି । ସେ ବର୍ତ୍ତମାନ ଲୋକଦୃଷ୍ଟି କଲେଜ ଅଫ ଆଡଭାନସ୍ ଟେକ୍ନୋଲୋଜିରେ ଅଧ୍ୟାପକ ରୂପେ କାର୍ଯ୍ୟରତ । ଶୋଭିତ ମିଶ୍ର ପ୍ରାକ୍ତନ ଅଧ୍ୟକ୍ଷ ମେଜର ଡ. ରାମ ଚନ୍ଦ୍ର ମିଶ୍ର ଓ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢୀଙ୍କ ସୁପୁତ୍ର ଅଟନ୍ତି । ଏହି ସଫଳତାରେ ଡ. କପିଳେନ୍ଦ୍ର ଦାସଙ୍କ ସହଯୋଗ ରହିଛି ବୋଲି ସେ କହିଛନ୍ତି । ଏହା ନୂଆପଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବିଷୟ ଅଟେ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

3 × 1 =