ବିଛୁବାହାଲି ଗ୍ରାମଠାରେ ବ୍ଲକସ୍ତରୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ଦିନ ୧୦ଟାରେ ବ୍ଲକ ସ୍ତରୀୟ ପ୍ରାଣୀଧନ ମେଳା ବେଲପଡ଼ା ବ୍ଲକ ଅଧିନସ୍ଥ ବିଛୁବାହାଲି ଗ୍ରାମର “ସୁରଭିସୌଧ” ଏବଂ ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ଗାଈ, ବାଛୁରୀ ଓ ଛଡ଼ା ପ୍ରଦର୍ଶିତ ହୋଇଥିଲେ । ମୁଖ୍ୟବକ୍ତା ଭାବେ ଡ଼ା. ରଜନୀ କାନ୍ତ ପଣ୍ଡା, ସାଧାରଣ ପରିଚାଳକ ବଲାଙ୍ଗିର ଆଞ୍ଚଳିକ ଦୁଗ୍ଧ ସମବାୟ ସଂଘ ନିଜ ବକ୍ତବ୍ୟରେ ଦୁଗ୍ଧ ଉତ୍ପାଦନ କିପରି ଅଧିକ ହୋଇ ପାରିବ ସେହି ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୨୫ ନମ୍ୱର୍ ଜୋନ ଜିଲ୍ଲାପରିଷଦ ଶ୍ରୀମତୀ ଶବ୍ଦ ମିର୍ଦ୍ଧା, ପଣ୍ଡରିଜୋର ସରପଞ୍ଚ ଶ୍ରୀମତୀ ସୁଶୀଳା ମେହେର, ଜିଲ୍ଲା ପରିଷଦ ଜୟ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଗାଈ ପ୍ରଦର୍ଶନୀରେ ପ୍ରଥମ ପୁରସ୍କାର ତିଲ ପୁଟେଲ, ଦ୍ଵିତୀୟ ପୁରସ୍କାର ଭୋଦେବ ପୁଟେଲ, ତୃତୀୟ ପୁରସ୍କାର ବିଷ୍ଣୁ ପୁଟେଲ ପାଇଥିଲେ । ଛଡ଼ା ପ୍ରଦର୍ଶନରେ ପ୍ରଥମ ପୁରସ୍କାର ବିଶିକେଶନ ପୁଟେଲ, ତୃତୀୟ ପୁରସ୍କାର କୁମାର ସିଂ ମାଝୀ ପାଇଥିଲେ । ବାଛୁରୀ ପ୍ରଦର୍ଶନରେ ପ୍ରଥମ ପୁରସ୍କାର ଅଭି ହାତୀ, ଦ୍ଵିତୀୟ ପୁରସ୍କାର ତିଲ ପୁଟେଲ, ତୃତୀୟ ପୁରସ୍କାର ଅଲେଖ ପୁଟେଲ ପାଇଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଛୁବାହାଲି ସୁରଭିସୌଧ ଓ ବିକାଶକେନ୍ଦ୍ରକୁ ୮ ଲକ୍ଷ ୮୦ ହଜାର ଟଙ୍କାର ସରକାରୀ ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରାଗଲା ।

Leave A Reply

Your email address will not be published.