csstore

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ବିଡିଘାଟ ଶାଖାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ତରଫରୁ ସଦର ବ୍ଲକ ବିଡିଘାଟଠାରେ ସରପଞ୍ଚ ନନ୍ଦିତା କଲେତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାିଛି । ଏଥିରେ ପଂଚାୟତ ତଥା ସଦର ବ୍ଲକର ଅସହାୟ ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନର ଏକ ଶାଖାର ଶୁଭାରମ୍ଭ କରାଯାଇଥିଲା । ଏହି ଶାଖାର ସଭାପତି ଭାବରେ ପ୍ରେମାନନ୍ଦ ଲେଙ୍କା, ଉପସଭାପତି ରାଜକିଶୋର ବେହେରା, ସମ୍ପାଦକ ଆକାଶ ଭୋଇ, ସହସମ୍ପାଦକ ଲଳିତ ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବରେ ରାଜୁ ବାଗ, ସରପଞ୍ଚ ନନ୍ଦିତା କଲେତ, ଇସକ ନନ୍ଦ, ପଞ୍ଚା ଲେଙ୍କା, ଉମାପତି ନାଥ, ରାଧାକାନ୍ତ ଭୋଇଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ଚତୁର୍ଭୁଜ ନାହାକ, ବିଦେଶୀ ବାରିକ, ରାଜେଶ ବିଶ୍ୱାଳ, ବିହାରୀ ସାହୁ, ମଣ୍ଟୁ ବେହେରା, ରଜନୀକାନ୍ତ ବିଶ୍ୱାଳ, ଦୁଃଶାସନ କଲାସାଏ ଆଦି ବହୁ ସଦସ୍ୟ ଉପସ୍ଥିତି ଥିଲେ ।

jayashree
Leave A Reply

Your email address will not be published.