ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହକର୍ସ ଆସୋସିଏସନ୍ ତରଫରୁ ୨୬ ମଇ ଆନ୍ତର୍ଜାତିକ ହକର୍ସ ଦିବସ ପାଳନ ଅବସରରେ ଆଦର୍ଶ ସାହିତ୍ୟ ଘରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ୱ ଓ ମଂଚ ସଂଯୋଜନାରେ ଆଲୋଚ୍ୟ ବିଷୟ ‘ହକରମାନଙ୍କର ଅବଦାନ ଓ ଅବସ୍ଥାନ’ ସଂପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ବଣେଇର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ମୃତ୍ୟୁଞ୍ଜୟ ମହାପାତ୍ର, ନରହରି ଦାସ, ଆଶିଷ ଗଡନାୟକ, ସଂଗ୍ରାମ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହକର୍ସ ମାନଙ୍କର ସମସ୍ୟା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟବୀମା, ଦୁର୍ଘଟଣା ଜନିତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମୁଣ୍ଡା ଏହି ସମସ୍ୟା ସଂପର୍କରେ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ଆସୋସିଏସନ୍‌ର ସଂପାଦକ ବିମାନ ମାଇତି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ୧୦ଜଣ ବରିଷ୍ଠ ହକର ଭାଇଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁରୁଦ୍ଧ ଜେନା, କିଶୋର ରାଉତ, ଆର୍ତ୍ତତ୍ରାଣ ବେହେରା, ମନୋଜ ପଟ୍ଟନାୟକ ପ୍ରମୁଖ ନିଜ ସମସ୍ୟା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ହକରଭାଇମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.

error: Content is protected !!