ମହାଦେବ ଶିବ ଓ ମାତା ପାର୍ବତୀଙ୍କ ପାଟୁଆରରେ ଦୁଲୁକିଲା ଗାଁ ଦାଣ୍ଡ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ବାବା ବିଶ୍ୱନାଥ ଓ ଦାମୋଦରପୁର ଗ୍ରାମରେ ବିଜେ ବାବା ଆଖଣ୍ଡଳମଣିଙ୍କ ଶୈବାପୀଠରେ ମହାଦେବ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଦେବ ଦମ୍ପତ୍ତିଙ୍କ ବିବାହ ଶୋଭାଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଯାହାକୁ ନେଇ ବାଦ୍ୟ ବାଜଣା ଓ ନୃତ୍ୟ ପ୍ରଦର୍ଶନରେ ଗାଁ ଦାଣ୍ଡ ଦୁଲୁକିଥିଲା । ମନ୍ଦିର ନିକଟରୁ ଗ୍ରାମବାସୀମାନେ ବାଦ୍ୟ ବାଜଣା ସହକାରେ ଗ୍ରାମ୍ୟ ପରିକ୍ରମା କରିଥିଲେ । ଆକର୍ଷଣୀୟ ବାଘ ବେଶ ନୃତ୍ୟ ପରିବେଷଣ ସମସ୍ତଙ୍କୁ ଆକର୍ଷିତ କରିଥିଲା । ସେହିପରି ବିଭିନ୍ନ ବେଶଧାରୀ ସହ ଯୋଡି ଶଙ୍ଖ ନୃତ୍ୟ ସାଙ୍ଗକୁ ଧୁମ୍‌ ଧଡକ୍‌ ବାଦ୍ୟ ଓ ପରମ୍ପାରିକ ସଂକୀର୍ତ୍ତନ ମଣ୍ଡଳୀଙ୍କ ବାଦ୍ୟରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଗଞ୍ଜାମ ସହରରେ ଦେବ ଦମ୍ପତ୍ତିଙ୍କ ପାଟୁଆର ପରିକ୍ରମା କରିଥିଲା । ଉଭୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହାର ସୁପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!