ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବବିବାହ ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବିଧିବଦ୍ଧ ଭାବେ ଦେବଦେବ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବିବାହ ଦୁଇଦିନ ଧରି ମହାସମାରୋହରେ ଯଥାରୀତିରେ ପାଳିତ ହୋଇଯାଇଛି । ଦିଅଁଙ୍କ ବିବାହ ଉତ୍ସବ, ବାଟବରଣ, ନଗରପରିଭ୍ରମଣ ଆଦି ସମାହିତ ହେବା ପରେ ଗତକାଲି ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଛି । ଛତ୍ରପୁର ଏନ୍‌.ଏ.ସି. କାଉନସିଲର କେ.ରମେଶ, ପୂର୍ବତନ କାଉନ୍ସିଲର ଯାଜ୍ଞସେନୀ ସାମନ୍ତରାୟ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଗୁରୁବାର ସନ୍ଧ୍ୟାରେ ଶହସ୍ରାଧିକ ଭକ୍ତ ଅମୃତ ଭୋଜନରେ ଆପ୍ୟାୟିତ ହୋଇଛନ୍ତି ।

Leave A Reply

Your email address will not be published.

error: Content is protected !!