oom

ଏବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଉଡନ୍ତା ହନୁମାନ ଏବଂ ଅଘୋରି ବାବା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ଶ୍ରୀ ସିଦେ୍ଧଶ୍ୱର ବାବାଙ୍କ ୩୫ତମ ଶୀତଳ ଷଷ୍ଠୀ ଶୋଭାଯାତ୍ରା ମହାଆଡମ୍ବରରେ ପାଳିତ ହେବାକୁ ଯାଉଅଛି । ଏଥର ଯାତ୍ରା ୨୫ ତାରିଖ ରାତ୍ର ଘ.୩ ସମୟରୁ ଆରମ୍ଭ କରିବାକୁ କମିଟି ନିଷ୍ପତ୍ତି ନେଇଛି । ରାମଜୀ ମନ୍ଦିର ସାମନାରୁ ବାହାରି ଏବିଏସ୍‌ଏସ୍‌ ରୋଡ ଦେଇ ଡେର୍ଲିମାର୍କେଟ ଛକ ଦେଇ ଟିକ୍ରାପଡା, ଭାଗରଥି ଛକ, ପୁରୁଣା ସରକାରୀ ବସଷ୍ଟାଣ୍ଡ, ଗୋପାଳଜୀ ମନ୍ଦିର, ଖଦାଲ ପଡା, ରାଧାରାଣୀପଡା, ଜଗନ୍ନାଥପଡା ଦେଇ ନୃସିଂହ ମନ୍ଦିରକୁ ଶିବ ପାର୍ବତୀଙ୍କର ପ୍ରବେଶ ହେବ । ଶୋଭାଯାତ୍ରାରେ କଟକରୁ ଆସିଥିବା କଣ୍ଢେଇ ନାଚ, ଆନ୍ଧ୍ରର ମହାକାଳି ନାଚ, ପୁରୀରୁ ଆସିଥିବା ଡ୍ୟାନ୍ସ ପାର୍ଟି, ଘଣ୍ଟ ପାର୍ଟି, ଦୁଲଦୁଲି ଏବଂ ମୁଖ୍ୟ ଆକର୍ଷଣ ଉଡନ୍ତା ହନୁମାନ ଏବଂ ଅଘୋରି ବାବାଙ୍କର ପ୍ରଦର୍ଶନ ତା ସହିତ ଅନେକ କିଛି ପାର୍ଟିଗୁଡିକ ଆକର୍ଷଣର କେନ୍ଦ୍ର ବିନ୍ଦୁ ସୃଷ୍ଟି କରିବ ବୋଲି ସଭାପତି ସମୀର ସାହାଣି, ଉପସଭାପତି ବଳରାମ ରାଉତ, ସଂପାଦକ ବଣ୍ଟି ମିଶ୍ର, କୋଷାଧ୍ୟକ୍ଷ ସଞ୍ଜିବ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.