ଡ. ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୮ ତାରିଖ ରବିବାର ଦିନ ସନ୍ଧ୍ୟା ୦୬ ଘ.ରେ ପଦ୍ମପୁର ଆର.ବି.ହାଇସ୍କୁଲ ସମ୍ମିଳନୀ କକ୍ଷରେ ‘ଆଗାମୀ ସାହିତ୍ୟ ସଂସଦ’ ପଦ୍ମପୁର ତରଫରୁ ବିଶିଷ୍ଟ ସଂସ୍କୃତି ବିଦ୍ୱାନ, ବାଗ୍ମୀ, ସୁଲେଖକ କବି ପ୍ରଜ୍ଞା ପୁରୁଷ ଡ. ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରିବା ପାଇଁ ଚୂଡାନ୍ତ ହୋଇସାରିଛି । ଏହି ଉତ୍ସବରେ ଡ. ଗୁରୁଙ୍କ ଜୀବନୀ ଓ କୃତିତ୍ୱ ନେଇ ଏକ ଆଲୋଚନାଚକ୍ର ଆୟୋଜନ କରାଯିବା ସହିତ ବିଭିନ୍ନ ଲେଖକଙ୍କର ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ସାହିତ୍ୟିକ, ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦାନ ପୂର୍ବକ ଏହାକୁ ସାଫଲ୍ୟ ମଣ୍ତିତ କରିବା ପାଇଁ ସଂସଦର ସମ୍ପାଦକ ତଥା ନାଟ୍ୟକାର ଅଶୋକ କୁମାର ବହିଦାର ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.