ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ୨୦୨୨-୨୩ ବର୍ଷରେ ଉଦ୍ୟାନ କୃଷି ଉତ୍ପାଦନ ମୋଟ ୧୩.୬୯ ମିଲିୟନ ଟନ୍ରୁ ଅଧିକ ହୋଇଛି । ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳଚାଷ ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି । ଫଳ ଓ ପନିପରିବା ସୁରକ୍ଷିତ ରଖିବା ନିମନ୍ତେ କୃଷି ବିଭାଗ ପକ୍ଷରୁ ୧୦ ଲକ୍ଷ ପ୍ଲାଷ୍ଟିକ କ୍ରେଟ୍ ଯୋଗାଇ ଦିଆଯିବ । ଉଦ୍ୟାନ କୃଷି ଅଧିକାରୀଙ୍କୁ ଫଳ ପନିପରିବା ଚାଷର ଆଧୁନିକ ଜ୍ଞାନକୌଶଳ ସମ୍ବନ୍ଧରେ ନିୟମିତ ତାଲିମ ଦିଆଯିବ । ରାଜ୍ୟରେ ଟିସ୍ୟୁ କଲଚର ଆଧାରିତ ଚାରା ରୋପଣର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଉଦ୍ୟାନ କୃଷି ଚାଷୀଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି କୃଷି ବତଭାଗ ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।