ବଲାଙ୍ଗିର ବନ ବିଭାଗକୁ ମିଳିଲା ବଡ଼ ସଫଳତା : ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ମ୍ୟାକ୍ସ ପିକଅପ୍ ଜବତ, ୨ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ଏକ ମ୍ୟାକ୍ସ ପିକଅପ୍ ଜବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ୍‌ କରାଯାଇଛି । ସୂଚନା ଅନୁସାରେ ଆଜି ପ୍ରାୟ ସକାଳ ୦୪ଟା ୪୫ରେ ଦେଓଗାଁ ପୋଲିସ୍ କର୍ମଚାରୀଙ୍କ ସହ ରାତିରେ ପାଟ୍ରୋଲିଂ ବେଳେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ପଞ୍ଜିକରଣ ନମ୍ବର ଓଡି ୦୨ଟି ୧୧୩୫ ରହିଥିବା ମ୍ୟାକ୍ସ ପିକଅପ୍ ଗାଡ଼ି ଜବତ କରିଥିଲେ । ଏହି ଗାଡିରେ ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ହୋଇଥିଲା । ଏହି ଚଢ଼ାଉ ଆଟଗାଁ ବିଭାଗର ମୁକୁନ୍ଦପୁର ଛକରେ ହୋଇଛି । ଶିବ ପୋଢ ଏବଂ ଶେଷଦେବ ସାହୁ ନାମକ ଦୁଇଜଣ ବ୍ୟକ୍ତି ଏହି ମାମଲାରେ ଗିରଫ୍‌ ହୋଇଥିବା ସୂଚନା ଦିଆଯାଇଛି । ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ରେଞ୍ଜ ଅଫିସର କେଶବ କିଶୋର ନାୟକଙ୍କ ନିର୍ଦ୍ଦେଶରେ ଡେପୁଟି ରେଞ୍ଜର ସୁନୀଲ ମିଶ୍ରଙ୍କ ନେତୃତ୍ୱରେ ବନ ବିଭାଗର ଫରେଷ୍ଟର ଜେନା ରାଉତ, ଫରେଷ୍ଟ ଗାର୍ଡ ଆଦିତ୍ୟ ପ୍ରସାଦ ମାଝୀ, ସଞ୍ଜୟ ନନ୍ଦ, ଶ୍ରୀମତୀ ସଂଯୁକ୍ତା ସାହୁ ପ୍ରମୁଖ ଏହି ଚଢ଼ାଉରେ ସାମିଲ୍‌ ଥିଲେ ।

jittmm
Leave A Reply

Your email address will not be published.