csstore

ଲୋଇସିଂହାରେ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଆନୁକୂଲ୍ୟରେ ଲୋଇସିଂହା ସ୍ଥିତ ଆଦିବାସୀ କଲ୍ୟାଣ ଭବନଠାରେ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦିବାସୀ କଲ୍ୟାଣ ସଙ୍ଘର ସଭାପତି ଶ୍ୟାମସୁନ୍ଦର ଭୋଇ ଏବଂ ଆଦିବାସୀ ନେତା ବଂଶୀଧର କାଲସାଏ ଯୋଗ ଦେଇଥିଲେ । କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଆଦିବାସୀ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯିବା ସହିତ ତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରାଯାଇଥିଲା । କିସ୍‌ର ବଲାଙ୍ଗିର ପ୍ରତିନିଧି ଚିନ୍ମୟୀ ଆର୍ଟ ଅଫ ଗିଭିଂର ଉଦ୍ଦେଶ୍ୟ କଥନ କରିଥିଲେ । ଏହି ଅବସରରେ ଉପସ୍ଥିତ ଆଶାକର୍ମୀ ଓ ଛାତ୍ରଛାତ୍ରୀଙ୍କୁ ଛତା ଏବଂ ପାଣିବୋତଲ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ ପରିଚାଳନା କରିଥିବା ବେଳେ ଗୋପାଳ ପଧାନ, ପୂଣ୍ଣଚନ୍ଦ୍ର ଭୋଇ, ଗୋବର୍ଦ୍ଧନ ଧରୁଆ, ଲଳିତ ପୁଟା, ଗୋବିନ୍ଦ ଭୋଇ, ରୁକ୍ମଣ ଧରୁଆ, ଗୋବିନ୍ଦ ପୁଟା, ଲାଲମନ ନାଗ, ନୀଳାଞ୍ଚଳ ବଗାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.