ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆସନରୁ ୧୯୯୫ରୁ ଲଗାତର ଭାବେ ବିଧାୟକ ଭାବେ ଲଢ଼ି ୬ଥର ବିଧାୟକ ଭାବେ ବିପୁଳ ଭୋଟରେ ବିଜୟୀଲାଭ କରି ଆସିଥିବା ଗଞ୍ଜାମ ଜିଲ୍ଲାର ଜଣେ ବିଜେଡି ଦଳୀୟ ଦକ୍ଷ ସଂଗଠକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତାଫା ରାଜ୍ୟ ରାଜନୀତିରେ ସଭିଙ୍କୁ ଚକିତ କରିଦେଇଛି । ସେ ୨୦୦୮ରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଭାବେ ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବିଭିନ୍ନ ବିଭାଗର ମନ୍ତ୍ରୀ ଯଥା ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ପରିବେଶ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକ ସମ୍ପର୍କ, ସାଧାରଣ ଉଦ୍ୟୋଗ ବିଭାଗରେ ମନ୍ତ୍ରୀ ପଦବୀରେ ଅଭିସିକ୍ତ ହୋଇ ଆସି ଦାୟିତ୍ୱ ନିର୍ବାହ କରିଆସିଥିଲେ । ବାଚସ୍ପତି ପଦବୀରେ ମଧ୍ୟ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରି ବୃହତ୍ତମ ଗଞ୍ଜାମ ଜିଲ୍ଲାର ଦକ୍ଷତା ଓ ସୁନାମ ବଜାୟ ରଖିଆସିଥିଲେ । ଗଣମାଧ୍ୟମ ଆଗରେ ବାଚସ୍ପତି ନିଜର ବ୍ୟକ୍ତିଗତ କାରଣ ନେଇ ଇସ୍ତଫା ଦେଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ତାଙ୍କର ଇସ୍ତଫା ପତ୍ର ଉପ-ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.