oom

ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ମୋ ସ୍କୁଲ ଅଭିଯାନ ସମୀକ୍ଷା ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମ ଆଜି ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ସ୍କୁଲର ଉନ୍ନତି କଳ୍ପେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ପି. ପି . ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ ଉକ୍ତ ବିଷୟରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ସେ ବିଦ୍ୟାଳୟର ମୁଖ୍ୟମାନଙ୍କୁ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ନେଇ କମିଟି ଗଠନ କରିବା ପାଇଁ, ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସଂଯୁକ୍ତ କରିବା ପାଇଁ, ଗୋଟିଏ ସପ୍ତାହ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଜିକୃତ ହେବା ପାଇଁ ତଥା ଉକ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରରେ ଗଠିତ ହୋଇଥିବା କମିଟିକୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାର ସମ୍ମାନିତ ଅତିଥି ପି.ଆର.ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ ସେଠୀ ନିଜ ବିଦ୍ୟାଲୟରେ କିପରି ଉକ୍ତ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି, ସେ ସମ୍ପର୍କରେ ଆଲୋକପାତ କରି ଉତ୍ସାହ ପ୍ରଦାନ କରିଥିଲେ । ସଭାର ଅନ୍ୟତମ ଅତିଥି ପି, ପି. ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ଉକ୍ତ କାର୍ଯ୍ୟକ୍ରମର ଉପକାରିତା ସମ୍ପର୍କରେ ଆଲୋକପାତ କରି ଆଗକୁ ତାଙ୍କ ବିଦ୍ୟାଳୟରେ କିପରି ଉକ୍ତ କାର୍ଯ୍ୟକ୍ରମ ଲାଗୁ କରିବେ, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ବଲାଙ୍ଗିର ମ୍ୟୁୁନିସିପାଲିଟିର ନୋଡାଲ ପ୍ରଧାନ ଶିକ୍ଷକ କିଶୋର ବାଗ ଅତିଥି ପରିଚୟ ପ୍ରଦାନ କରି ନୂତନ ଭାବରେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତଥା ପଦୋନ୍ନତ ହୋଇଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ତଥା ସଭାରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସର୍ବଶେଷରେ ବଲାଙ୍ଗିର ବ୍ଲକର ନୋଡାଲ ପ୍ରଧାନ ଶିକ୍ଷକ କିଶୋର ହନୁମାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.