ଦୁଇ ଦିବସୀୟ ଲୋକ ମହୋତ୍ସବ ୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ପରିସରରେ ଶ୍ରୀମତୀ ରାମେଶ୍ଵରୀ ନନ୍ଦ ଏବଂ ଅର୍ଦ୍ଧେନ୍ଦୁ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କଳାଞ୍ଜଳି ଆର୍ଟିଷ୍ଟ୍ରି ଟ୍ରଷ୍ଟ ତରଫରୁ ଆୟୋଜିତ ହୋଇଯାଇଛି ଦୁଇ ଦିବସ ବ୍ୟାପୀ ଲୋକ ମହୋତ୍ସବ ୨୦୨୩ ।

ଉଦ୍‌ଘାଟକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିବା ଏହି ଉତ୍ସବର ପ୍ରଥମ ଯାମିନିରେ ମୁଖ୍ୟବକ୍ତା ରୂପେ ଅଭିନେତା ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ସହ ମୁଖ୍ୟ ଅତିଥି ରୂପେ ଅଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ, ସମ୍ମାନିତ ଅତିଥି ରୂପେ ଅଭିନେତା ହର ରଥ, ଗାୟିକା ଦୀପ୍ତିରେଖା ଏବଂ ଅଭିନେତା ହରିହର ଦାସ ଏବଂ ଇଭୋସ ଏମ୍‌ଡିକେକେ ରଥ ପ୍ରମୁଖ ଉପସ୍ଥିତ ଥିଲେ । ବାଇଲଡୁ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉକ୍ତ ଆସର ସଂଯୋଜିତ ହୋଇଥିଲା ।

ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଂହର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ଡେପୁଟି ମେୟର ଇ ବିବେକ ରେଡ୍ଡୀଙ୍କ ସହ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ଉପସ୍ଥିତିରେ ଦ୍ୱିତୀୟ ପର୍ଯ୍ୟାୟର ସାଂସ୍କୃତିକ ଆସରକୁ ଶିଖା ଗାୟତ୍ରୀ ଏବଂ ଶିବାନନ୍ଦ ବାରିକ ସୁନ୍ଦର ରୂପେ ସଂଯୋଜନା କରିଥିଲେ ।

ଉକ୍ତ ଉତ୍ସବର ଦ୍ଵିତୀୟ ଯାମିନୀ ମହାମହିମ ରାଜ୍ୟପାଳଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ ହୋଇଥିଲା । ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତିର ମନ୍ତ୍ରୀ ଅଶ୍ଵିନୀ ପାତ୍ର, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ, ଇଭୋସ ଏଚ୍‌ଆର୍ ରବିନ ଭଟନାଗର ଯୋଗ ଦେଇଥିବା ବେଳେ ଉପସ୍ଥାପକ ରାଇରଞ୍ଜନ ନନ୍ଦ ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ ।

ଉକ୍ତ ଉତ୍ସବରେ ଓଡ଼ିଶାର ଅନେକ ଜିଲ୍ଲାର ବିଭିନ୍ନ ପ୍ରକାର ଲୋକକଳା, ଲୋକନୃତ୍ୟ, ହସ୍ତତନ୍ତ କଳା ପ୍ରଦର୍ଶିତ ହେବା ପୂର୍ବକ ପ୍ରାୟ ୭୦ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ କଳା ଶିଳ୍ପୀ ତଥା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅଭିଷିକ୍ତା, ପ୍ରିୟା, ରାମ, କମଳ, ବିମଳ, ଶ୍ରଦ୍ଧାଞ୍ଜଳି, ସୁଶାନ୍ତ ସାବତ, ବିପଦର ବନ୍ଧୁ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରଚ୍ଛଦପଟ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରି କଳା ସଂସ୍କୃତିର ଏହି ମହା ଉତ୍ସବକୁ ଉପସଂହାର କରିଥିଲେ ବିଶିଷ୍ଟ ବାସ୍ତୁବିତ୍ ଇଂ ସନ୍ୟାସୀ ମହାରଣା ।

Leave A Reply

Your email address will not be published.

error: Content is protected !!