ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ମହେଶ୍ୱର ଶତପଥିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟବ୍ୟୟ ଉପସ୍ଥାପନ କରିଥିଲେ । ଆଜିକାର ସଭାରେ ବୈକୁଣ୍ଠ ସ୍ୱାଇଁ ଏବଂ ମଳୟ କୁମାର ଦିଶ୍ରୀ ନୂତନ ଭାବେ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ ଏବଂ ଆଜିକାର ସଭାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ର ଗୃପ ହେଲ୍‌ଥ ଇନ୍‌ସୁରେନ୍ସ ଉପସ୍ଥାପନା କରି ଏହା ଉପରେ ଆଲୋଚନା କରାଯାଇ ସଂପାଦକଙ୍କୁ ଏହି ବିଷୟରେ ବୁଝିବା ପାଇଁ ନିର୍ଦ୍ଦେଶ ଏବଂ ଦାୟିତ୍ୱ ଦିଆଯାଇଥିଲା । ଅନ୍ୟତମ ବରିଷ୍ଠ ସଭ୍ୟ ପ୍ରାଣ ବଲ୍ଲଭ ତ୍ରିପାଠୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସହି ସଂଘରେ ସାମିଲ କରାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏତଦ୍‌ ବ୍ୟତୀତ ମେଡିକାଲ ଏଲାଉନ୍ସ ସମ୍ବନ୍ଧରେ ସରକାରଙ୍କୁ ରିମାଇଣ୍ଡର ପତ୍ର ଦେବା ପାଇଁ ସଂପାଦକଙ୍କୁ କ୍ଷମତା ଏବଂ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଆଜିକାର ବୈଠକ ୧୦ ଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ସର୍ବମୋଟ ୨୨ ଜଣ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଆସନ୍ତା ୦୬/୦୬/୨୦୨୩ ରିଖରେ ସାଧାରଣ ବୈଠକ ଅନୁଷ୍ଠିତ କରିବା ପାଇଁ ଆଜିକାର ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରିଶେଷରେ ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.