oom

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୁନି ଗବେଷକ ଜୟଦୀପ ପୁରସ୍କୃତ

jsmm

କଟକ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ଗୁଜୁରାଟ କାଉସିଲ ଅନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ଵାରା ଆୟୋଜିତ ୩୦ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅହମଦାବାଦରେ ଅନୁଷ୍ଠିତ ହୋଇ ଭାରତ ସହ ଦୁବାଇ, ସଂଯୁକ୍ତ ଆରବ ଏମିରେଟ୍ସ, କତାର ଆଦି ବହୁ ଦେଶରୁ ପ୍ରାୟ ୮୫୦ରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ସହ ଭାରତରୁ ଅନ୍ୟୁନ ୨୦ଟି ରାଜ୍ୟ ଏବଂ ଭାରତର ୯ଟି ୟୁନିଅନ ଅଞ୍ଚଳର ଛାତ୍ର ଭାଗ ନେଇଥଲେ । ଏଥିରେ ‘ମତ୍ସ୍ୟ ବ୍ଲୁ ମାନୁରି’ ନାମକ ପ୍ରକଳ୍ପ ଯାହାକି ଏକ ଖତ ଏହା ମାଛ ବର୍ଜ୍ୟବସ୍ତୁ, କ୍ରାବ୍ ଶେଲ୍, ଲୋବଷ୍ଟର ସ୍କିନ୍ ଇତ୍ୟାଦିରେ ପ୍ରସ୍ତୁତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ଜଗତପୁର ସ୍ଥିତ ବାୟୋକେମିକାଲ ଲାବୋରୋଟୋରୀ, ସିଟି ଲ୍ୟାବ ଆଦି ବିଭିନ୍ନ ସ୍ଥାନରେ ପରୀକ୍ଷିତ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ସୁଦୀପ୍ତା ଦାସଙ୍କ ଦ୍ଵାରା ଗାଇଡ୍ କରାଯାଇଥିବା ପ୍ରକଳ୍ପଟି କଟକ କାଳିଆବୋଦା ଗୁରୁ ନାନକ ପବ୍ଲିକ ସ୍କୁଲ ନବମ ଶ୍ରେଣୀର ମେଧା ଛାତ୍ର ଜୟଦୀପ ପ୍ରଦର୍ଶିତ କରି ସ୍ଵର୍ଣ୍ଣ ପଦକ ଏବଂ ପ୍ରମାଣପତ୍ର ଲାଭ କରିଛନ୍ତି ।

jittmm
Leave A Reply

Your email address will not be published.