oom

୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ, ଏନ୍‌ଆଇଟି ରାଉରକେଲା ୫ଟି ବିଦ୍ୟାଳୟର ରୂପାନ୍ତରିକରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ସୁଦୂର ଭୁବନେଶ୍ୱରରୁ ଏହା କରାଯାଇଛି । ତାଙ୍କ ସହିତ ୫ଟି ସଚିବ ଭି.କେ. ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ । ଆର୍‌ଇସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟକୁ ନବୀକରଣ କରିବାକୁ ଯାଇ ବିବିଧ ଆଲୋକରେ ସଜ୍ଜିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଏନ୍‌ଆଇଟି ରାଉରକେଲାର ନିର୍ଦ୍ଦେଶକ ଏମ୍.ଉମା ମହେଶ୍ୱର ରାଓ, ରେଜିଷ୍ଟ୍ରାର ଶିକ୍ଷାବିତ୍‌ ଓ ସାହିତ୍ୟିକ ବାମଦେବ ଆଚାର୍ଯ୍ୟ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଶ୍ରୀ ବିଶ୍ୱାଳ, ସମ୍ମାନିତ ଅତିଥି ଅନୀଲ କୁମାର ସିଂ, ବରେଣ୍ୟ ଅତିଥି ଭାବେ ପ୍ରଫେସର ରାମକୃଷ୍ଣ ବିଶ୍ୱାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍‌ ପ୍ରଶାନ୍ତ ପତି, ରଶ୍ମିତ ସାହାଣୀ, ସୁସ୍ମିତା ମହାପାତ୍ର, ଶିକ୍ଷାବିତ୍‌ ଜ୍ୟୋସ୍ନା ପଟ୍ଟନାୟକ, ସିଆରସିସି, ଏବିଇଓ କିଶୋର କୁମାର ତଥା ବହୁ ଅଭିଭାବକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସରକାରୀ ଓ ବେସରକାରୀ ସ୍କୁଲର ଅନେକ ଉଦାହରଣ ଦେଇ ମୁଖ୍ୟ ଅତିଥି କହିଲେ ଯେ, ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଆଗାମୀ ଦେଶର ଭବିଷ୍ୟତ । ଏହାସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଲେଡିସ କ୍ଲବର ସଂପାଦିକା ସ୍ମୃତିଶିଖା ବଳ, ପରିଚାଳନା କମିଟିର ଅଧ୍ୟକ୍ଷା ନର୍ମଦା ସାହୁ, ମାତୃ କମିଟିର ଲିଲି ଚୌଧୁରୀ, ଛାତ୍ରଛାତ୍ରୀ ସୁଶ୍ରୀ ଜୟନ୍ତୀ ସାହୁ, ସୁକମତୀ, ଭୂପେଶ, ଶୁଭ୍ରାଂଶୁ ପ୍ରମୁଖ ୫ଟି ଉପରେ ମତାମତ ରଖିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ, ଶିକ୍ଷକ ଅଜୟ କୁମାର ରାଉତ, ସୀତା ରାମ ସାହୁ, ଅଜୟ ପାଣି, ଛବିରାଣୀ ପ୍ରଧାନ, ମିନତୀ ଖମାରୀ, ନମିତା ଦନ୍ତା, ସାଗର ପରିଡା, ଭରତ ସେଠୀ, ସରସ୍ଵତୀ ନାୟକ, ଅନ୍ନପୂର୍ଣ୍ଣା ସାହୁ, ମମତା ସେନାପତି, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ବିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ ସାବିତ୍ରୀ ଦେବୀ, ପ୍ରତିମା ଦେବୀ, ବିନତା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ସମ୍ମାନିତ ଅତିଥିମାନେ ୫ଟି ଅନ୍ତର୍ଭୁକ୍ତ ସମସ୍ତ କୋଠରୀ ଗୁଡିକ ପରିଦର୍ଶନ କରିଥିଲେ । ୨୦୦ରୁ ଅଧିକ ଅଭିଭାବକ, ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଶେଷରେ ଶିକ୍ଷକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ସମସ୍ତ ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କ, ଶିକ୍ଷାବିତ୍‌ ଓ ସଭ୍ୟ ସଭ୍ୟାଙ୍କ ଦ୍ଵାରା ପ୍ରଶଂସନୀୟ ହୋଇ ପାରିଥିଲା ।

jittmm
Leave A Reply

Your email address will not be published.