oom

ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

jsmm

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ମଧୁବାବୁଙ୍କ ଜୀବନୀ ବିଷୟରେ ଉପସ୍ଥିତ ଆଇନଜୀବୀମାନେ ନିଜ ନିଜର ମତ ରଖିଥିଲେ । ଏଥିରେ ଓକିଲ ସଂଘ ସଭାପତି ଜୟକୁମାର ସିଂହଦେଓ, ସମ୍ପାଦକ ଜତୀନ ସାହୁ, ଉପସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ, ସହସମ୍ପାଦକ ଆଶିଷ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଶୁଭେନ ପଟ୍ଟନାୟକ, କୋଷାଧ୍ୟକ୍ଷ ନରେଶ କୁମାର ସାହୁ, ବରିଷ୍ଠ ଆଇନଜୀବୀ ବିଶ୍ୱମ୍ବର ମହାନ୍ତି, ପ୍ରକାଶ ପଣ୍ଡା, ସପନ୍ କୁମାର ପଟ୍ଟନାୟକ, ଅଶ୍ଵିନୀ ପଣ୍ଡା, ସନାତନ ପଣ୍ଡା, ସଞ୍ଜୟ ସାହୁ, ସତ୍ୟଜିତ ଚାଟାର୍ଜୀ, ଜିତେଶ ମହାପାତ୍ର, ବିଶ୍ୱମ୍ବର ରଣା, ରାକେଶ କୁମାର ଶତପଥୀ, ବିଭୂତି ଭୂଷଣ ମହାକୁଡ଼, ବିଜୟ କୁମାର ମହାକୁଡ଼, ବାବୁ ମହାନ୍ତି, ଅଜିତ ବିଶ୍ଵାଳ, କମ୍ବୁପାଣି ସାହୁ, ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.