csstore

ଛତ୍ରପୁରଠାରେ ଇସକଫ ତରଫରୁ ଲେନିନଙ୍କ ଜନ୍ମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନଠାରେ ବିଶିଷ୍ଟ ସୋଭିଏତ ରୁଷ ରାଷ୍ଟ୍ରନୀତିଜ୍ଞ ସମାଜବାଦୀ ନେତା ଲେନିନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଛତ୍ରପୁରର ବରିଷ୍ଠ ଆଇନଜ୍ଞ ତଥା ବିଶିଷ୍ଟ ସମାଜବାଦୀ ନେତା, ୮ଟି ବିଦେଶ ଭ୍ରମଣକାରୀ ସଂଗ୍ରାମୀ ପୁରୁଷ ଆଡ଼ଭୋକେଟ୍‌ ଗୋକୁଳ ଚନ୍ଦ୍ର ପଣ୍ଡା ଏଥିରେ ସଭାପତିତ୍ୱ କରିଥିଲେ । ଲେନିନ ହେଉଛନ୍ତି ସୋଭିଏତ ରୁଷର ପ୍ରଥମ ସମାଜବାଦ ପ୍ରତିଷ୍ଠାତା ଏବଂ ଲେନିନଙ୍କ ନେତୃତ୍ୱରେ ଅକ୍ଟୋବର ବିପ୍ଳବ ସଂଗଠିତ ହୋଇଥିଲା ବୋଲି ଆଇନଜ୍ଞ ଶ୍ରୀ ପଣ୍ଡା ବ୍ୟାଖ୍ୟା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍‌ ଡ଼ି.ଆଦିନାରାୟଣ ରେଡ୍ଡୀ, ପୂର୍ବତନ ବିଧାୟକ ତଥା ଆଇନଜୀବୀ ଏନ.ନାରାୟଣ ରେଡ୍ଡୀ, ଆଇନଜୀବୀ ଆଦିତ୍ୟ ନାରାୟଣ ମିଶ୍ର, ସମାଜସେବୀ ସାଲ କ୍ରିଷ୍ଣା ରେଡ୍ଡୀ, ବହୁ ସମାଲୋଚକ, ସ୍ୱାଧୀନ ଚିନ୍ତନ ବ୍ୟକ୍ତିଗଣ ପ୍ରମୁଖ ଯୋଗଦେଇ ଲେନିନଙ୍କ ଜୀବନୀ ଚରିତ୍ର ଉପରେ ଆଲୋଚନା କରି ସ୍ମୃତି ଚାରଣ କରିଥିଲେ ।

jayashree
Leave A Reply

Your email address will not be published.