ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ‘ସମ୍ବାଦ’ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ ଅବସରରେ ‘ସ୍ୱାଭିମାନ ଦିବସ’ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷକ ମହାଦେବ ବେହେରା ଏବଂ ସାଧନ କେନ୍ଦ୍ର ସଂଯୋଜକ ଡୋଳାମଣୀ ମାହାର ଦୀପ ପ୍ରଜ୍ୱଳନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁ ଯୋଗ ଦେଇ ସ୍ୱାଭିମାନ ଦିବସ ଉପରେ ଆଲୋକପାତ କରିଥିଲେ । ଜୟନ୍ତୀର ଆୟୋଜକ ସାମ୍ବାଦିକ ସୁରଥ ସାହୁ ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାରେ ଶିକ୍ଷକ ସେବକ ସେଠ, ସଂଗୀତା ସାହୁ, ରଞ୍ଜିତା ସାହା, ଉଷା ଦାସ, ଅନିତା ପାଣିଗ୍ରାହୀ, ନମିତା ସାହୁ ଏବଂ ବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ବନ୍ଦେ ମାତରମ୍‌ ସଂଗୀତ ଗାନ ହୋଇ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.