ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲିର ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀ(୬୯)ଙ୍କ ରବିବାର ସକାଳ ୮ଟା ସମୟରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଦେହାନ୍ତ ହୋଇଯାଇଛି । ପୂର୍ବରୁ ତାଙ୍କ ଘରୋଇ ଚିକିତ୍ସା ଚାଲିଥିଲା । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ମରଶରୀର ନିଜ ଗାଁ ଦେଓଗାଁ କଛାରପାଲିକୁ ପହଞ୍ଚିବା ପରେ ବନ୍ଧୁ ବାନ୍ଧବ, ପରିବାର ବର୍ଗ ସହ ଗାଁ ଲୋକମାନେ ଶେଷ ଦର୍ଶନ କରିଥିଲେ । ଶେଷ ସମୟରେ ଏକମାତ୍ର ପୁଅ ଶେଷଦେବ ଓ ଦୁଇ ଝିଅ କବିତା, ଅଷ୍ଟମୀ, ଜ୍ୱାଇଁ ଡାକ୍ତର ଓ ଭାବଙ୍କ ସହ ପରିବାର ଲୋକେ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ । ଶବାଧାରରେ ଶତାଧିକ ଲୋକ ସାମିଲ ହୋଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପ୍ରାୟ ୧୨ଟା ସମୟରେ ଦେଓଗାଁ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯାଇଥିଲା । ଏକମାତ୍ର ପୁଅ ଶେଷଦେବ ମୁଖାଗ୍ନି ଦେଇଥିଲେ । ପିଲାଟି ସମୟରୁ କଛାରପାଲିର ଶ୍ରୀରାମଲୀଳା ସହ ବିଭିନ୍ନ ଦଣ୍ଡନୃତ୍ୟରେ ଅଭିନୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ ।

Leave A Reply

Your email address will not be published.