jsm

ଅଖିମୁଠି ଅନୁକୂଳ କଲେ ଯୁବ ସମାଜସେବୀ ରାଧାମୋହନ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ତରଫରୁ ଖେଲାଉରଠାରେ ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନ ହଳ ବିହନ ପୂଜା କରି ଅଖିମୁଠି ଅନୁକୂଳ କରିଥିଲେ । ରବିବାର ସକାଳ ୮ଟାରେ ହଳ ବିହନ ସହିତ ବାଜା ବଜେଇ ବିଲ ମୁଣ୍ଡରେ ପୂଜାର୍ଚ୍ଚନା କରି ବିଲରେ ହଳ କରି ବିହନ ବୁଣିବା ସହିତ ଡେଲାଙ୍ଗ ପିପିଲିର ଚାଷୀକୂଳର ମଙ୍ଗଳ ମନାସି ଥିଲେ । ଏହି ମହାନ କାର୍ଯ୍ୟକ୍ରମରେ ରାଧାମୋହନ ସହିତ ମଞ୍ଚର ମୁଖ୍ୟ ଉପଦେଷ୍ଟା ଜନ୍ମେଜୟ ଜେନା, ସଦାଶିବ ପରିଡା, ଦେବାଶିଷ ଦୀକ୍ଷିତ, ମିଟୁ ବାରିକ, ବିଶ୍ୱନାଥ ମହାପାତ୍ର, ମକର ସ୍ୱାଇଁ, ଆଦେଇ ପୃଷ୍ଟି, ଲୁଲୁ ସାମନ୍ତ ରାୟ, କାଳୁ ପାଟିହାରୀ, ପ୍ରସନ୍ନ ପ୍ରଧାନ, ବାବୁନା ମହାରଣା, ନେରେନ୍ଦ୍ର ପ୍ରଧାନ, ସୁଦର୍ଶନ ପ୍ରଧାନ, ନରେନ୍ଦ୍ର ବିଶ୍ୱାଳ, ମାନସ ପ୍ରଧାନ, ଚଣ୍ଡେଶ୍ଵର ଦାସ, ଲକ୍ଷ୍ମୀଧର ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.