ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ୱାରା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଶନିବାର ଦିନ ସକାଳୁ ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ୱାରା ଖରା ଦାଉରୁ ରକ୍ଷା ପାଇବା ପାଇଁ ଥାନା ସମ୍ମୁଖରେ ବିକୁଥିବା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ବଣ୍ଟନ କରାଯାଇଥିଲା । ଏହି ସେବା କାର୍ଯ୍ୟ ପାଇଁ ମହିଳା ସଦସ୍ୟ ଶ୍ରୀମତୀ ବିନ୍ଦୁ ସାହୁ, ଶ୍ରୀମତୀ ଲଳିତା ଲାଠ ଏବଂ ଶ୍ରୀମତୀ ମମତା ଦେବୀ ଜୈନଙ୍କ ସହ କ୍ଲବର ସର୍ଭିସ ଚେୟାରପର୍ସନ ସଞ୍ଜୟ କୁମାର ନାୟକ ଉପସ୍ଥିତ ଥିଲେ ।

ଖରାରେ ବସି ଏମାନେ ପ୍ରତିଦିନ ପନିପରିବା ବିକ୍ରି କରିଥାନ୍ତି । ଏହାକୁ ହୃଦୟଙ୍ଗମ କରି ଲାୟନ୍ସ କ୍ଲବର ମହିଳା ସଦସ୍ୟମାନେ ଏହି ସେବା କାର୍ଯ୍ୟ ପାଇଁ ଆଗେଇ ଆସିଥିବା ସହ ସରକାରଙ୍କ ନିୟମ ମୁତାବକ ଖରାରେ ପଦାକୁ ବାହାରିଲେ ଛତା, ମୁଣ୍ଡରେ ଗାମୁଛା, ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଲୋକଙ୍କୁ ସଚେତନ କରାଇଥିଲେ ।

Leave A Reply

Your email address will not be published.