ls

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସହିଦ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

a12

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ସେନାର ଏକ ଗାଡି ଜଳିଯାଇଥିବା ବେଳେ ଏଥିରେ ଥିବା ୫ ଜଣ ଯବାନ ସହିଦ ହେବା ସହ ଜଣେ ଯବାନ ଗୁରୁତ୍ୱର ଆହତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ବୀର ଯବାନ ଦେବାଶିଷ ବିଶ୍ୱାଳଙ୍କ ଅକାଳ ବିୟୋଗ ଘଟିଛି । ଦେଶର ଏହି ଅପୂରଣୀୟ କ୍ଷତି ପାଇଁ ସମସ୍ତେ ମର୍ମାହତ । ସେହି ବୀରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ୨ ମିନିଟ୍‌ ନୀରବ ପ୍ରାର୍ଥନା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରଯାଇଛି । ପୁରୀ ଜିଲ୍ଲା ଅଳଗୁମୁ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳଙ୍କ ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସହିଦ ବୀରପୁତ୍ରଙ୍କ ପରିବାରକୁ ଅସୀମ ଶକ୍ତି ଓ ସାହସ ଦିଅନ୍ତୁ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାରର ଏମଡ଼ି ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

manabhanjan
Leave A Reply

Your email address will not be published.