jsm

ଗର୍ଭଣାଠାରେ କବି ହେମଚନ୍ଦ୍ର ଜୟନ୍ତୀ ପାଳିତ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଗର୍ଭଣାଠାରେ ହେମଚନ୍ଦ୍ର ସ୍ମୃତି ସଂସଦ ତରଫରୁ କୋଶଲ ବାଲ୍ମିକୀ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ୯୮ତମ ଜନ୍ମଦିନ ସ୍ଥାନୀୟ ଭାଗବତ ଗୁଡ଼ିଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍‌ ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ମେଡିକାଲ ଅଫିସର ଡା. ଶିଶିର କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ଓଡ଼ିଆ ବିଭାଗ ମୁଖ୍ୟ ଡ. ଶେଷାନ ବିଶି, ସମ୍ମାନିତ ବକ୍ତା ଭାବେ ଶିଶୁ ସାହିତ୍ୟିକ ଡ. ରବିନାରାୟଣ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଟେକଚାନ୍ଦ ଦୁଆନ, କେଦାରନାଥ ସାହୁ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ବ୍ରଜମଣି କୀର୍ତ୍ତନ ମଣ୍ଡଳୀ ତରଫରୁ ସ୍ୱର୍ଗତ କବି ହେମଚନ୍ଦ୍ରଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି କୀର୍ତ୍ତନ ପରିବେଷଣ କରିଥିଲେ । ଏହି ଅବସରରେ ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କୁ ହେମଚନ୍ଦ୍ର ସମ୍ମାନ – ୨୦୨୩ ପ୍ରଦାନ କରାଯାଇଥିଲା । ଆଡଭୋକେଟ୍‌ ଦ୍ୟୁତିଶ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ରାମଚନ୍ଦ୍ର ସାହୁ, ଗୌରଚରଣ ପଧାନ, ବିକାଶ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ପଧାନ, କୃଷ୍ଣଚନ୍ଦ୍ର ଭୋଇଙ୍କ ସହ ବହୁ ହେମଚନ୍ଦ୍ର ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.