ମୁହଁରେ ତୂଳୀ ଧରି ଉନ୍ନୟନ କମିଶନରଙ୍କ ପ୍ରତିଛବି ଆଙ୍କିଲେ ପାୟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାତଗୋଡ଼ ହରାଇଥିବା ପାୟଲ ନାଗ ନିଜ ମୁହଁରେ ତୂଳୀ ଧରି ପୁଣି ଏକ ସୁନ୍ଦର ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ର ହେଉଛି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରତିଛବି, ଯାହାକୁ ସେ ଭେଟି ଦେଇଛନ୍ତି ।

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଯମୁନାବାହାଲ ଗାଁର ଝିଅ ପାୟଲ ନାଗ । ପାୟଲ ଏବେ ପଥରଚେପା ପାର୍ବତୀଗିରି ବାଲନିକେତନର ଅନ୍ତେବାସୀ । ହାତଗୋଡ ହରାଇ ଥିଲେ ବି ନିଜର ମୁହଁରେ ତୂଳୀଧରି ଏକ ସୁନ୍ଦର ଚିତ୍ର ଆଙ୍କି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଉପହାର ଦେଇଛନ୍ତି । ପାୟଲଙ୍କ ତୂଳୀରେ ଅଙ୍କାଯାଇଥିବା ନିଜର ପ୍ରତିଛବି ଦେଖି ବହୁତ ଖୁସି ହୋଇଯାଇଥିଲେ ଉନ୍ନୟନ କମିଶନର । ବହୁତ ଆଶୀର୍ବାଦ କରିବା ସହିତ ପାୟଲଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Leave A Reply

Your email address will not be published.