oom

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା କ୍ରମେ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଡ଼ିଶା ମୋ’ ପରିବାରର ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏପ୍ରିଲ ୧୩ ତାରିଖରୁ ଏପ୍ରିଲ ୧୭ ତାରିଖ ଯାଏଁ ପାଞ୍ଚ ଦିନ ଧରି କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼୍‌ ବ୍ୟାଙ୍କ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ବିଜୁବାବୁଙ୍କୁ ନିରାଡମ୍ବର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ଦେଖା ଯାଉଥିବା ରକ୍ତାଭାବକୁ କିଛି ମାତ୍ରାରେ କମାଇବା ନିମନ୍ତେ ବିଜୁ ଜନତା ଦଳ(ଓଡ଼ିଶା ମୋ’ ପରିବାର)ର ରାଜ୍ୟ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ଏହା ପରିଚାଳିତ ହୋଇଥିଲା । ଏହି ପାଞ୍ଚ ଦିନରେ ୧୫୦ ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହ କରାଯାଇ ଗତକାଲି ଏହି ରକ୍ତଦାନ ଶିବିରଟି ଶେଷ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲର ବ୍ଲଡ଼୍‌ ବ୍ୟାଙ୍କ ଅଫିସର ଡ. ଦେବାଶିଷ ଏହି ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିବା ସହ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଓ ଉତ୍ସାହିତ କରିଥିଲେ । ଆଗକୁ ଏହିଭଳି ଛୋଟ ଛୋଟ ରକ୍ତଦାନ ଶିବିରର ଆୟୋଜନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସେବା ମନୋବୃତିରୁ ଅନୁପ୍ରାଣିତ ହୋଇ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହିଭଳି ସମସ୍ତେ ସ୍ୱଇଚ୍ଛାରେ ଆସି ରକ୍ତଦାନ କରିବା ପାଇଁ ଅନୁରୋଧ କରିବା ସହ ଆଗକୁ ମଧ୍ୟ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ଅଟୁ ବୋଲି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।

jittmm
Leave A Reply

Your email address will not be published.