csstore

ଧର୍ମପରାୟଣ ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରାଢ଼ୁଅ ଗ୍ରାମର ବାର୍ଷିୟାନ ଧର୍ମପରାୟଣ ମହିଳା ବଦନୀ ପଳେଇ(୮୨)ଙ୍କ ଗୁରୁବାର ଅପରାହ୍ନ ୧ ଘଟିକାରେ ପରଲୋକ ଘଟିଯାଇଛି । ତାଙ୍କର ଏହି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାରଛାୟା ଖେଳିଯାଇଛି । ସେ ଏକାଧାରରେ ଜଣେ ଦୃଢ଼ମନା, ମେଳାପୀ, ସମାଜସେବୀ, ଧର୍ମପରାୟଣ, ସ୍ନେହୀ, ପରୋପକାରୀ ଅଟନ୍ତି । ସାମାଜିକ ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ମୁକ୍ତ ରହି ସାମାଜିକ ଆନ୍ଦୋଳନ ପ୍ରତି ପ୍ରତିବଦ୍ଧ ସାମାଜିକ କର୍ମୀ ମାନଙ୍କୁ ସର୍ବଦା ଉତ୍ସାହ ଓ ପ୍ରେରଣା ଦେଇଆସୁଥିଲେ । ତାଙ୍କ ଶେଷ ଦର୍ଶନ ନିମନ୍ତେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପ୍ରଧାନ, ସାମାଜିକ କର୍ମୀ ଲିଟୁଲାଲ ଦେବ, ସୁବୁଦ୍ଧି, ବେଣୁଧର ମଙ୍ଗରାଜଙ୍କ ସମେତ ବହୁ ମାନ୍ୟଗନ ବ୍ୟକ୍ତି ବିଶେଷ ପହଂଚି ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମର ଶରୀର ଅନ୍ତିମ ଶୋଭା ଯାତ୍ରା ସମୟରେ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସତ୍କାରରେ ଏକ ମାତ୍ର ପୁତ୍ର ଦେବେନ୍ଦ୍ର ପଳେଇ ମୁଖାଗ୍ନି ଦେଇଥିବା ବେଳେ ବହୁ ସଂଖ୍ୟାରେ ବନ୍ଧୁ ପଡୋଶୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.