oom

ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବ୍ଲକର ଜୁରାବନ୍ଧ, ତୁରେକେଲା, ଭାଲୁମୁଣ୍ଡା ପଞ୍ଚାୟତକୁ ଆଜି ଗସ୍ତ କରିଥିଲେ । ବିଭିନ୍ନ ଗାଁରେ ଢୋଳବାଦ୍ୟ ଓ ସଂକୀର୍ତ୍ତନର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ ତାଳଚକେଲ, ଛତ୍ରଙ୍ଗ, ଜାମପଡା, ଜୁରାବନ୍ଧ, ସାନଗମଡା, ତେତେଲପଡା, କୁଟ୍ରାବେଡା, ତୁରେକେଲା, ଭାଲୁମୁଣ୍ଡା, ଗଞ୍ଜାବାହାଲ, ମାଲପଡା ପ୍ରମୁଖ ଗାଁକୁ ଗସ୍ତ କରି ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗାଁ ଗୁଡିକରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା, ଭତ୍ତା, ରାସନ କାର୍ଡ, ରାସ୍ତା ଘାଟ, ସ୍ୱାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଁ ଗୁଡିକରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ବିଭିନ୍ନ ଗାଁ ଗୁଡିକରେ ମହିଳାମାନେ ବିଧାୟକଙ୍କୁ ଫୁଲମାଳା ଦେଇ ବନ୍ଦାପନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ଭାଲୁମୁଣ୍ଡା ସମିତି ସଭ୍ୟାଙ୍କ ପ୍ରତିନିଧି ଶ୍ୟାମ ସାହୁ, ତୁରେକେଲା ସମିତି ସଭ୍ୟ ମୂରଲୀ କୁମ୍ଭାର, ଯୁବନେତା ଯୋଗିନ୍ଦ୍ର ମିଶ୍ର ପ୍ରମୁଖଙ୍କ ସହ ବହୁ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.