ରାଜନୈତିକ ପରିପନ୍ଥା ନେଇ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଯୋଗଦାନକୁ ରାଜନୈତିକ ମହଲରେ ଖୁବ ଚହଳ ସୃଷ୍ଟି କରିଛି । ଶାସକ ବିଜେଡ଼ି ଓ ବିଜେପି ଦଳକୁ ମଧ୍ୟ ଖୁବ ଆଚମ୍ବିତ କରିଛି । ଶ୍ରୀ ପଟ୍ଟନାୟକଙ୍କ ଆସିବା ପଥ ଜାତୀୟ ରାଜପଥ ବାଟରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ । ବିଜୟଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ଛତ୍ରପୁର ଲୱେର ବସଷ୍ଟାଣ୍ଡଠାରେ କଳିଙ୍ଗର ବରପୁତ୍ର ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ପଟ୍ଟନାୟକ ମାଲ୍ୟାର୍ପଣ କରିଥିଲେ । ପରେ ବିଭିନ୍ନ ସ୍ଲୋଗାନର ନାରବାଜିର ସ୍ୱର ଦିଆଯାଇଥିଲା । ସେଠାରୁ ଲକ୍ଷ୍ମଣ ଭବନଠାରେ ଆନୁଷ୍ଠାନିକ କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ସଂଗ୍ରାମୀ ନେତା ତଥା ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏନ୍.ନାରାୟଣ ରେଡ୍ଡୀ, କଂଗ୍ରେସ ନେତା ତଥା ରାଜ୍ୟ ହରିଜନ ସେଲର ସଂଯୋଜକ ଭାଗିରଥି ବେହେରା, ସମାଜସେବୀ କାଳିଆ ରାଉଳ, ଆଡଭୋକେଟ ବାବୁ ନାହାକ, ଆଡଭୋକେଟ ଡ଼ି.ଆଦିନାରାୟଣ ରେଡ୍ଡୀ, ଅଶୋକ ପଟ୍ଟନାୟକ, ଛାତ୍ର କଂଗ୍ରେସ ନେତା ମହେଶ କୁମାର ଗୌଡ଼, ଇଜୁଆମୀନ ଖାଁ, ପ୍ରମୁଖ ବହୁ ନେତ୍ତୃବର୍ଗଙ୍କୁ ନେଇ ଏହି ସମେଳନ ହୋଇଥିଲା । ଆଗାମୀ ଦିନରେ ବାମଦଳ ସଂଗଠନ ସହ କଂଗ୍ରେସ ଦଳକୁ ମଜବୁତ କରିବା ଏବଂ ଦଳୀୟ ସଂଗଠନକୁ ସୁଦୃଢ କରିବା ନିମନ୍ତେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!