csstore

ଜଳଛତ୍ର ପ୍ରକଳ୍ପ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଜଣାଶୁଣା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ସରଲାଠାରେ ଜଳଛତ୍ର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ସାଧୁ ଚରଣ ନେପାକ, ଆନ୍ତର୍ଜାତିକ କ୍ରୀଡାବିତ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଥିବା ଖେଲାଳୀ ସନ୍ତୋଷ କୁମାର ପ୍ରଧାନ, ମେହେର ମୋବାଇଲ୍‌ର ଅଧ୍ୟକ୍ଷ ରୁଷି ମେହେର ଯୋଗଦାନ କରି ଜଳ ଛତ୍ରକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିବା ପାଇଁ ୧୧ ଜଣ ମହିଳା ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ଅନୁଷ୍ଠାନ ପକ୍ଷରୁ ଆଉ ୧୧ ଗୋଟି ଜଳ ଛତ୍ର ଖୋଲାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଏହି ଜଳ ଛତ୍ର ୨ ମାସ ପର୍ଯ୍ୟନ୍ତ ରହିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି । ଏହା ମେହେର ମୋବାଇଲ୍ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଖୋଲା ଯାଇଥିବା ବେଳେ ଆଗାମୀ ଦିନରେ ଅନେକ ସ୍ଥାନ ମାନଙ୍କରେ ଖୋଲା ଯିବ, ଏହା ସହିତ ଏହି ଜଳ ଛତ୍ରଟି ପାଖାପାଖି ୨ ମାସ ପର୍ଯ୍ୟନ୍ତ ରହିବ ଅତାବିରା, ବରଗଡ, ପାଇକମାଲ୍, ପଦ୍ମପୁର, ଅମ୍ବାଭୋନା ଓ ଭଟିଲିରେ ଆଗାମୀ ଦିନରେ ଖୋଲା ଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବନ୍ଧା, ସରଲା, ଜାମପାଲି, ଲସ୍ତଲା, କୁମ୍ଭାରୀ, କମଗାଁ ଓ ଜାମପାଲିରୁ ମହିଳା ସଦସ୍ୟ ମାନେ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମରେ ଏରବାବୁ, ଆବୁ, ଡିଲେଶ୍ୱରୀ, ସନ୍ତୋଷ, ସଚିନ, ଯଶୋଦା ରୁଷି ମେହେର ସହଯୋଗ କରିଥିଲେ । ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ବର୍ଷ ଖରା ମାସରେ ଜଳ ଛତ୍ର ଖୋଲା ଯାଇଥାଏ ।

jayashree
Leave A Reply

Your email address will not be published.