ଟିଟିଲାଗଡ ଓକିଲ ସଙ୍ଘ ନିର୍ବାଚନରେ ବିଜୟୀ ହୋଇଥିବା ପଦାଧିକାରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ ମାର୍ଚ୍ଚ ମାସ ୨୫ ତାରିଖରେ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜୟୀ ହୋଇଥିବା ସମସ୍ତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ଦିନ ସକାଳେ ସ୍ଥାନୀୟ ଓକିଲ ସଙ୍ଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ଉପସଭାପତି ବିଦ୍ୟା ଭରାସାଗର, ସମ୍ପାଦକ ମହେଶ ମହାନ୍ତି, କୋଷାଧ୍ୟକ୍ଷ ବେଦ ପ୍ରକାଶ ବେହେରା, ସହ ସମ୍ପାଦକ ମକରଧ୍ୱଜ ବାଗ ଏବଂ ୧୨ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ସଙ୍ଘର ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ପଣ୍ଡା ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଶପଥ ଗ୍ରହଣ ସମାରୋହ କରାଯାଇଥିବାରୁ ଓକିଲମାନେ ବହୁତ ମାତ୍ରାରେ ଯୋଗ ଦେଇ ନିର୍ବାଚିତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମାରୋହରେ ଓକିଲ ସଙ୍ଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.