ବିଜେପି ଗଞ୍ଜାମ ଜିଲ୍ଲା ଅନୂସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ ପରିସରରେ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରୀ ବୈଠକ ସଭାପତି ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୂସୁଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଦଳୀୟ ନେତା ଓ କର୍ମୀମାନଙ୍କୁ ବିଭିନ୍ନ ଗୁରୁମନ୍ତ୍ର ଦେଇଛନ୍ତି । ଜିଲ୍ଲାରେ ରହିଥିବା ଅନୂସୁଚିତ ଜାତି ମୋର୍ଚ୍ଚାର ଅଧିକରୁ ଅଧିକ ଜନସାଧାରଣ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ସେଥି ସକାଶେ ଦଳୀୟ କର୍ମକର୍ତ୍ତା ମାନେ କାର୍ଯ୍ୟ କରିବା ନିମନ୍ତେ ସେ କହିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୂସୂଚିତ ଜାତି ମୋର୍ଚ୍ଚାର ଲୋକଙ୍କ ନିମନ୍ତେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକ କରିଛନ୍ତି ସେଥିରେ ବହୁ ଦଳିତ ଲୋକମାନେ ଅଧିକ ଲାଭବାନ ହୋଇଛନ୍ତି । ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ କିପରି ପହଂଚିବ ସେଥି ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଏଥିରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ଭାରତୀୟ ଜନତା ପାର୍ଟିର ଅନୂସୁଚିତ ଜାତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ, ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ଓ କୀର୍ତ୍ତନ ଦାସ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଅନୂସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଦସ୍ୟ ବିଜୟଲକ୍ଷ୍ମୀ ବାଳା, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ବି. ଶଙ୍କର ରେଡ୍ଡୀ, ଅନୂସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ଦାଶ, ସୁମନ୍ତ ଦାଶ, ଭାରତୀୟ ଜନତା ପାର୍ଟିର ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ବିଜୟ କୁମାର ମୁଦୁଲି, ବିକ୍ରମ ବେହେରା, କେ. ଚନ୍ଦ୍ର ଶେଖର ରେଡ୍ଡୀ, ଏକାଦଶୀ ସେଠୀ ଓ ମାମି ଦାସଙ୍କ ସମେତ ବହୁ ନେତୃ ମଣ୍ଡଳୀ ମାନେ ଯୋଗ ଦେଇ ଦଳୀୟ ସଂଗଠନକୁ କିପରି ମଜବୁତ୍ କରାଯିବ ଓ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!