ଜି-୨୦ ଜନଭାଗିଦାରୀ : ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)- ନେସନାଲ ଇନଷ୍ଟିଚ୍ୟୁଟ୍ ଅନ୍ ଫୁଟ୍ ଏଣ୍ଡ ମାଉଥ୍ ଡିଜିଜ୍ (ଏନଆଇଏଫଏମଡି) ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା । ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଏନଆଇଏଫଏମଡି ପରିସରକୁ ସଫେଇ କରିଥିଲେ ।

Leave A Reply

Your email address will not be published.

error: Content is protected !!