csstore

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁରର ନେତ୍ତୃବର୍ଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଅଞ୍ଚଳର ବିଜେପି ନେତ୍ତୃବର୍ଗ ତଥା ବିଧାନସଭାର କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ କିପରି ଆଗାମୀ ଦିନରେ ବିଜୟ ଲାଭ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସସିପାତ୍ରଙ୍କ ଉପସ୍ଥିତିରେ କର୍ପୋରେଟର ପ୍ରଦୀପ ଶତପଥୀ, ଡି. କରୁଣା କର, ନୀଳକଣ୍ଠ ସାହୁ, ସବିତା ସାହୁ, ମେୟର ପ୍ରାର୍ଥିନୀ ସବିତା ସୁଆର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ରବିନ୍ଦ୍ର ସାହୁ, ବିଷ୍ଣୁ ସୁବୁଦ୍ଧି, ଚିତ୍ତରଞ୍ଜନ ସାହୁ, କିରଣ ସାହୁ, ମହେଶ ତ୍ରିପାଠୀ, ଅର୍ଜୁନ ଜେନା, ସାଗର ମୁଖୀ, ଟୁନା ପାତ୍ର, କିଷାନ ପଣ୍ଡା, ଅନିଲ ସାହୁ ସମସ୍ତେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ ଆଲୋଚନା କରିଛନ୍ତି ।

jayashree
Leave A Reply

Your email address will not be published.