jsm

ଉତ୍କଳ ଦିବସ ପାଳନ ଅବସରରେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଉତ୍କଳ ଦିବସ ପାଳନ ଅବସରରେ ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୋଇରାଶୀ ପଞ୍ଚାୟତର ତାରିଣୀ ପଲ୍ଲୀ ପଥର କୁଆଁରୀ ଖେଳ ପଡିଆ ପରିସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ପରସ୍ପର ମଧ୍ୟରେ ପ୍ରେମ, ଏକତା ଓ ଭାଇଚାରା ବଜାୟ ରଖିବା ସହ ଗଠନମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ରହିବା, ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ନେହେରୁ ଯୁବ କେନ୍ଦ୍ର ଅନୁବନ୍ଧିତ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆୟୋଜିତ ମ୍ୟାଚ୍‌ରେ ତାରିଣୀ ପଲ୍ଲୀ ଗ୍ରାମର ଗ୍ରାମ୍ୟ ସଭାପତି ଚୈତନ୍ୟ ରେଡ଼ି, ୟୁଥ୍ ଫର୍ ଭିଲେଜ୍ ସଭାପତି କୈଳାଶ ସେଠୀ, ସମ୍ପାଦକ ସୁନିଲ ସେଠୀ, ଉପଦେଷ୍ଟା ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍‌ଙ୍କୁ ଉତ୍ସାହିତ କରିଥିଲେ । ବିଜେତା ଦଳ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହ ସମ୍ପାଦକ ବିରଞ୍ଚି ନାରାୟଣ ନାହାକ, ଗଗନ କୁମାର ସାହୁ ଓ ଉପସଭାପତି ଜଗନ୍ନାଥ ସେଠୀ ପ୍ରମୁଖ ସଂଯୋଜନା କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ୟୁଥ୍ ଫର୍ ଭିଲେଜ୍‌ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.