csstore

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ବିଭାଗରେ ନରେନ୍ଦ୍ର ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମୁଦିରଥ ପଣ୍ଡା ଓ ଦୁର୍ବାଦଳ ସାହୁ ଗୁରୁଜୀ ଉତ୍କଳ ଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ନିରୋଜ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭାସ୍କର ଦାଶ ଓ ନବପ୍ରଭାତ ଗୁରୁକୂଳର ୨ ଜଣ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଏକ ବୈଦିକ ଯଜ୍ଞରେ ସତ୍ୟଭୂଷଣ ଦାସ, ଲଲିତା ଦାସ, ବିଜୟ ସାହୁ, ପିଙ୍କି ସାହୁ, ତୁଳସୀ ରାମ ସାହୁ, ତୁଳସୀ ସାହୁ ସପତ୍ନିକ, ଅଭୟ କୁମାର ବଳସାମନ୍ତ, ମନସ୍ବିନୀ ବଳସାମନ୍ତ ସପତ୍ନିକ ପ୍ରମୁଖ ଯଜ୍ଞ କର୍ତ୍ତା ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଶୁ ବାଟିକା ପ୍ରମୁଖ ସୁଜାତା ଗୁରୁମା ସୂଚନା ପ୍ରଦାନ କରିଥିଲେ । ସେହିପରି ବିଦ୍ୟା ମନ୍ଦିର ପରିସରରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗୌରବ ଆର୍ଯ୍ୟ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ମେହେର, ଝରଣା ମେହେର, ବିରହ ନାୟକ, ସୁଜାତା ନାୟକ, ଅନିରୁଦ୍ଧ ଭୋଇ, ଝରଣା ପ୍ରଧାନ ସୁନିଲ କୁମାର ବେହେରା, ବେବି ବେହେରା ସପତ୍ନିକ ଯଜ୍ଞ କର୍ତ୍ତା ଭାବରେ ଯୋଗଦେଇ ଥିଲେ । ଚୈତନ୍ୟ ଭୋଇ ସହ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । କଲ୍ୟାଣୀ ମିଶ୍ର ଗୁରୁମା ଉତ୍କଳ ଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.