ବଙ୍ଗୋମୁଣ୍ଡା କ୍ରିଷ୍ଣା ଲାରନିଙ୍ଗ ସ୍କୁଲଠାରେ ଉତ୍କଳ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଜି କ୍ରିଷ୍ଣା ଲାରନିଙ୍ଗ ସ୍କୁଲ ଠାରେ ଉତ୍କଳ ଦିବସ ବହୁ ଆଡମ୍ବରରେ ଛାତ୍ରଛାତ୍ରୀଙ୍କ ଗହଣରେ ପାଳନ କରାଯାଇଛି । ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଓଡିଶାର ଗୌରବ ଓ ମହାନତା ଉପରେ ନିଜ ନିଜ ଭାଷଣରେ ଉପସ୍ଥାପନ କରିଥିଲେ । ଏକା ସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ବନ୍ଦନା କରାଯାଇ ଉତ୍କଳ ମାତାର ଉପସ୍ଥିତିକୁ ହୃଦୟ ମଧ୍ୟରେ ସ୍ପର୍ଶ କରାଯାଇଥିଲା । ଯେଉଁ ମହାନାୟକ ମାନେ ଓଡିଶା ରାଜ୍ୟ ଗଠନରେ ନିଜର ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରାଯାଇଥିଲା । ଓଡିଆ ଭାଷାକୁ ଗୁରୁତ୍ୱ ଦେଇ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାରେ କ୍ରିଷ୍ଣା ଲାରନିଙ୍ଗ ସ୍କୁଲର ପ୍ରତିଷ୍ଠାତା ରାଜେଶ କୁମାର ଜୈନ, ଅଧ୍ୟକ୍ଷ ଭୈରବ ଛୁରା, ସହକାରୀ ଶିକ୍ଷୟିତ୍ରୀ ପୁଷ୍ପା ସିନ୍ଦୁର, ସସ୍ମିତା ପ୍ରଧାନୀ, ପ୍ରଗତି ଧର, ଜିତ ଶତପଥି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.