ମହୀୟସୀ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହୀୟସୀ ମହିଳା ବିଷ୍ଣୁପ୍ରିୟା ପୁରୋହିତ(୯୪)ଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସଇଁତଲା କନ୍ଧକେଲଗାଁର ଆଦର୍ଶ ଶିକ୍ଷକ ସ୍ଵର୍ଗତ ନିରଞ୍ଜନ ପୁରୋହିତଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ଦିନ ୧୧.୩୦ ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ବଡ ପୁଅ ଆଦିକନ୍ଦ, ମଝିଆ ପୁଅ ରମେଶ, ତିନି ଝିଅ, ନାତି ଭକ୍ତବନ୍ଧୁ ଓ ମୁକେଶ(ବୁଲୁ) ଉପସ୍ଥିତ ଥିଲେ ।

Leave A Reply

Your email address will not be published.