ଟିଟିଲାଗଡରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଏପ୍ରିଲ ମାସ ଏକ ତାରିଖକୁ ଓଡିଶା ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ସୂଚନା ବିଭାଗର ଅଧିକାରୀ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ତହସିଲଦାର ଲଳିତ ବାଗ, ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର, ଡ. ଶିଶିର ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଜ୍ୟୋତି ପ୍ରକାଶ ଗଡତିଆ ମଞ୍ଚ।ସୀନ ଥିଲେ । ପ୍ରଥମେ ଓଡ଼ିଶାର ବରପୁତ୍ର ମାନଙ୍କ ଫୋଟୋ ଚିତ୍ରରେ ଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ ଏବଂ ଦ୍ଵୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶୀତମ ସାଗର ବେଦବାକ । ଉପସ୍ଥିତ ଅତିଥିମାନେ ଓଡିଶାର ବରପୁତ୍ର ମାନଙ୍କ ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ, ଓଡ଼ିଆ ବୋଲି ନିଜକୁ ଗର୍ବ କରିବା ସହ ଓଡ଼ିଆ ଭାଷା ହେଉଛି ଏକ ମଧୁର ଭାଷା, ଯେଉଁ ଭାଷା ତଥା ଏହାର ସଂସ୍କୃତି ଆଜି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ଯେମିତିକି ଓଡ଼ିଶାର ଭାଷା ଓ ସଂସ୍କୃତି ଆଜି ବିଶ୍ୱରେ ପରିଚିତ, ଯେମିତିକି ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ, ଓଡ଼ିଶୀ ନୃତ୍ୟ , ସମ୍ବଲପୁରୀ ବସ୍ତ୍ର ଓ ସଙ୍ଗୀତ ଇତ୍ୟାଦି ।

ଆଜିର ଏହି ଓଡିଶା ଦିବସ ପାଳନ ଅବସରରେ କିଛି ତ୍ରୁଟିରହିଥିବା ଲୋକେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କୁ ଅସମ୍ମାନ କରିଥିବା ଯୋଗୁଁ ସେ ମଞ୍ଚ ଉପରକୁ ନ ଚଢ଼ି ସଭାସ୍ଥଳ ପରିତ୍ୟାଗ କରି ଚାଲି ଯାଇଥିଲେ । ପ୍ରଥମେ ଉପଜିଲ୍ଲାପାଳଙ୍କୁ ଡାକିବା ପରେ ପୌର ଉପାଧ୍ୟକ୍ଷ।ଙ୍କୁ ମଞ୍ଚକୁ ଡକା ଯିବା ପରେ ପୌର ଅଧ୍ୟକ୍ଷାଙ୍କୁ ଡକାଯିବାରୁ ସେ ଚାଲି ଯାଇଥିବା ଜଣାପଡ଼ିଛି । ସେହିପରି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବାକୁ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରୁଥିବା ବେଳେ ମଞ୍ଚ ପରିଚାଳନା କରୁଥିବା ଉପସ୍ଥାପକ ହିନ୍ଦୀରେ ଏକ ଦେଶ ଭକ୍ତି ଶାୟରୀ ପଠନ କରିଥିଲେ । ଏହା ଶୁଣି ଉପସ୍ଥିତ ଶ୍ରୋତା ନିଜ ନିଜ ମଧ୍ୟରେ ଟୁପୁର୍ ଟାପୁର୍ ହେବା ସହ ଯେଉଁ ଉତ୍କଳ ଦିବସକୁ ଆଜି ଓଡିଶା ଦିବସ ରୂପେ ପାଳନ କରାଯାଉଛି, ସେହି ସଭାରେ କ’ଣ ଓଡିଆ ଭାଷାରେ ଭଲ କବିତା ପଠନ କରାଯାଇ ପାରି ନଥାନ୍ତା ବୋଲି ଆଲୋଚନା ହେଇଥିଲା ।

Leave A Reply

Your email address will not be published.