
ଲୋଇସିଂହା, (ବିମଳେନ୍ନ୍ଦୁ ସାହୁ) : ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍ଏସି ମାନ୍ୟତା ଦାବୀରେ ସହରର ସମସ୍ତ ସରକାରୀ ତଥା ବେସରକାରୀ ଅଫିସ, ବ୍ୟାଙ୍କ୍, ମଦଭାଟିକୁ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର ନିଷ୍ପତ୍ତି ମୁତାବକ ପ୍ରତି ମାସର ଶେଷ ବୁଧବାର ବନ୍ଦ କରାଯିବା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ମଧ୍ୟ ପୂର୍ବରୁ ଚିଠି ମାଧ୍ୟମରେ ଜଣାଇ ଦିଆଯିବା ସହିତ ତାହାର ନକଲ ସମସ୍ତ ଅଫିସକୁ ମଧ୍ୟ ପୂର୍ବରୁ ଦିଆଯାଇଛି । ଏନ୍ଏସି ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଆଞ୍ଚଳିକ ବିକାଶ ପରିଷଦର ଏହି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

