csstore

କୋଶଳ କଳା ମଣ୍ଡଳ ପଡିଆଠାରେ ଉଦ୍‌ଘାଟିତ ହେଲା ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆଠାରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଫିତା କାଟି ଜିଲ୍ଲାସ୍ତରୀୟ ପୁସ୍ତକ ମେଳାଟିକୁ ଉଦ୍‌ଘାଟନ କରିଥିବା ବେଳେ ବିଭିନ୍ନ ଷ୍ଟଲକୁ ବୁଲି ପୁସ୍ତକ ଗୁଡିକୁ ଦେଖିଥିଲେ । ପରେ ସନ୍ଦିପ କୁଅଁରଙ୍କ ସଂଯୋଜନାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ନିତିନ କୁଶଲକର, ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ମଂଚରେ ମଂଚାସୀନ ହୋଇଥିବା ବେଳେ ମାନବ ସମାଜରେ ପୁସ୍ତକର ଆବଶ୍ୟକତା ସଂପର୍କରେ ଆଲୋଚନା କରିଛନ୍ତି । ଏହି ସଭା ପରେ ପରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଚାଲିବ ଓ ପ୍ରତ୍ୟହ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.