csstore

ମୃତକଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବାହାବଲ ଗାଁର ଜଣେ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସହାୟତା ପ୍ରଦାନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବାହାବଲ ଗାଁରେ ରହନ୍ତି ମୃତକ ନରହରି ବାଗଙ୍କ ପତ୍ନୀ ପୁଷ୍ପାଞ୍ଜଳି ବାଗ । ୪ ଝିଅଙ୍କ ସହ ସୁରୁଖୁରୁରେ ଦିନ କାଟୁଥିଲେ । ହେଲେ ଗତ ନୂଆଁଖାଇ ଆଗରୁ ନରହରିଙ୍କ ହଠାତ୍‌ ଦେହ ଅସୁସ୍ଥ ହେବାରୁ ଛତିଶଗଡ ରାଜ୍ୟର ରାୟପୁରଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ନ ଯୋଗାଉଥିବା ମୁଖ୍ୟଙ୍କ ମୃତ୍ୟୁ ପରେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର । ସରକାରୀ ସୁବିଧା କହିଲେ ଜଣ ପିଛା ୫ କେଜି ଲେଖାଏଁ ୨୫ କେଜି ଚାଉଳରେ ଯେଣତେଣ ପ୍ରକାରେ ଗୁଜୁରାଣ ମେଂଟାଉଛନ୍ତି ଏହି ପରିବାର । ୪ ଝିଅଙ୍କୁ ପାଠପଢା ସୁବିଧା ସାଙ୍ଗକୁ ରେଡକ୍ରସ୍‌ ଫଣ୍ଡରୁ କିଛି ଆର୍ଥିକ ସାହାଯ୍ୟ ଦେଲେ ପରିବାରଟି ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି । ଏହି ପରିବାର ଅସହାୟ ଅବସ୍ଥାରେ ଥିବା ନେଇ ଖବର ପାଇ ତାଙ୍କ ନିକଟରେ ଆଜି ରାଜ୍ୟ ଯୁବ ବିଜେଡି ସଂପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ଅଜିତ କୁମାର ଯୋଶୀ ପହଞ୍ଚି ଉକ୍ତ ମୃତକଙ୍କ ପରିବାର ନିକଟରେ କିଛି ଆର୍ଥିକ ସହାୟତା କରିବା ସହିତ ଶୁଖିଲା ଖାଦ୍ୟ ଦେବା ସହ କିପରି ଭାବେ ସରକାରୀ ସହାୟତା ପାଇବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି । ତେବେ ଏହି ଭଳି ଅସହାୟଙ୍କୁ ସାହାଯ୍ୟ ସହଯୋଗ କରୁଥିବାରୁ ବିଭିନ୍ନ ମହଲରେ ଶ୍ରୀ ଯୋଶୀଙ୍କୁ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.