csstore

ଖେଲୋ ଇଣ୍ଡିଆ ଉଷୁ ଲିଗ୍‌ର ସବ୍‌ ଜୁନିୟର ଫାଇନାଲରେ ବଲାଙ୍ଗିରର ପ୍ରତିଯୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖେଲୋ ଇଣ୍ଡିଆ ଉଷୁ ଲିଗ୍‌ର ସବ୍‌ ଜୁନିୟର ଫାଇନାଲ ଚଳିତ ମାସ ୨୭ରୁ ୩୧ ମାର୍ଚ୍ଚ ଜାମ୍ମୁଠାରେ ଅନୁଷ୍ଠିତ ହେବ । ଏଥିରେ ଓଡିଶାର ଚାରି ଜଣ ପ୍ରତିଯୋଗୀ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲାର ସିନ୍ଦୁରବାହାଲ ଗ୍ରାମର ସୁହାନୀ ଗୁରହାଣ୍ଡି, କେନ୍ଦୁଝରର ସ୍ୱେତାରାଣୀ ମହନ୍ତ, ମାଳିନୀ ମୁଣ୍ଡା, ଭୁବନେଶ୍ୱରର ସ୍ନେତାରାଣୀ କଳସ ନିଜ ନିଜ ବର୍ଗରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତାକାଲି ରାଉରକେଲାରୁ ଜାମ୍ମୁକୁ ଯାତ୍ରା ଆରମ୍ଭ କରିବେ ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.