ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଶାଖାର ସାଧାରଣ ପରିଷଦ ବୈଠକ

  • ୭ ଦଫା ଦାବୀ ପୂରଣ ନହେଲେ ଆନ୍ଦୋଳନ ହେବ : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ବ୍ରହ୍ମପୁର ନଗର ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ସଂଘ କାର୍ଯ୍ୟାଳୟ ପରିସରରେ ସଂଗଠନର ଉପଦେଷ୍ଟା ତଥା ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୭ ଦଫା ଦାବୀ ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଦାବୀ ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ଦାବୀଗୁଡ଼ିକ ମଧ୍ୟରେ ଦୀର୍ଘବର୍ଷ ଧରି ଖାଲି ପଡ଼ିଥିବା ‘ଡିି’ ଗ୍ରେଡ ପଦବୀକୁ ଶୀଘ୍ର ପୂରଣ କରାଯାଉ ଓ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୋଗ୍ୟତା ଭିତ୍ତିରେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ପଦୋନ୍ନତି ଦିଆଯାଉ, ସ୍ୱାସ୍ଥ୍ୟ ବିଭାଗରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ୧୦ ବର୍ଷରୁ ଅଧିକ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ମେଡିକାଲ ପରିସର ମଧ୍ୟରେ ବାସଗୃହ (କ୍ୱାଟର) ନିର୍ମାଣ କରାଯାଉ, କର୍ମଚାରୀଙ୍କୁ ମିଳୁଥିବା ପୋଷାକ ଅର୍ଥ ଦୁଇ ହଜାରକୁ ବୃଦ୍ଧି କରାଯାଉ ଏବଂ ରିସ୍କ ଆଲାଉନ୍ସ ୫୦୦ ଟଙ୍କାକୁ ବୃଦ୍ଧି କରାଯାଉ, କର୍ମଚାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଉଥିବା ମେଡିକାଲ ବିଲ୍‌ ପ୍ରଦାନ କରାଯାଉ, କର୍ମଚାରୀଙ୍କ ଅବସର ବୟସ ସୀମା ଡ଼ାକ୍ତରଙ୍କ ଭଳି ୬୦ରୁ ୬୫କୁ ବୃଦ୍ଧି କରାଯାଉ ବୋଲି ସାଧାରଣ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ ଆଗତ କରିଥିଲେ । ଆୟୋଜିତ ବୈଠକରେ ଅବସର ନେଇଥିବା ସୁପ୍ରଭା ସିଂଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲ୍ଲା ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, ପୂର୍ବତନ ସମ୍ପାଦକ ଜି. ନରସିଂହ ରାଓ, ବିପିନ ବିହାରୀ ନାୟକ, ଟୁନା ଜେନା, ରଞ୍ଜନ କୁମାର ବେଜ, ରବିନ୍ଦ୍ର କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.