csstore

ବଲାଙ୍ଗିର ଲୋକସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁକୁ ଶନିବାର ଓ ରବିବାର ଦୁଇଦିନିଆ ଗସ୍ତ କରିଥିଲେ । ଗସ୍ତ ଅବସରରେ ବ୍ଲକର ବିଭିନ୍ନ ଗାଁମାନଙ୍କରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିବା ବେଳେ ପଥପ୍ରାନ୍ତ ସଭାମାନଙ୍କରେ ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇ ଥିଲେ । ବ୍ଲକର ଭାନପୁର, ନାନ୍ଦୁପଲା, ମହରାପଦର, ତେଲେନପାଲି, ଘୁନୁସର, ସାହାଜପାଣି, ମାଳପଡା, ବେନ୍ଦେର, ଲାଠୋର, କରୁଆଁଝର, ଟଙ୍କପାଣି, ରେଙ୍ଗାଲି ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିଥିଲେ । ଗସ୍ତ ଅବସରରେ ପାଟଣାଗଡ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ପ୍ରତିନିଧି ପ୍ରବୀଣ କୁମାର ଅଗ୍ରୱାଲ, ଦଶରଥ ପାଣିଗ୍ରାହୀ, ଘାସି ରାମ ଅଗ୍ରୱାଲ, ସତ୍ୟାନନ୍ଦ ସେନ୍ଦ୍ରୀଆ, ଦେବକାନ୍ତ ପାଣିଗ୍ରାହୀ, ଶଶୀ ପୁଝାରୀ, ବିପ୍ର ବିଶି, ଶିବା ସୁନା ପ୍ରମୁଖ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.