ସତ୍ୟବାଦୀରେ ଭ୍ରାମ୍ୟମାଣ ଆୟୁଷ ଚିକିତ୍ସା ଶିବିର ଓ ସଚେତନତା ରଥ ଉଦ୍‌ଘାଟିତ

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ଭ୍ରାମ୍ୟମାଣ ଆୟୁଷ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ଆୟୁଷ ନିର୍ଦ୍ଦେଶାଳୟ ଭୁବନେଶ୍ଵର ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ପୂର୍ବାଞ୍ଚଳ ମଣ୍ଡଳ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ମୁଖ୍ୟ
ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରାଜ୍ୟ ସରକାର ଆୟୁର୍ବେଦ ଚିକିତ୍ସାକୁ ଘରେ ଘରେ ପହଁଚାଇବା ପାଇଁ ଏହା ହେଉଛି ସରକାରଙ୍କର ଏକ ଯୋଜନା ବୋଲି କହିଥିଲେ । ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡ଼କ୍ଟର ଶ୍ରୀମତୀ ରେଣୁବାଳା ମହାପାତ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମ ବା ସ୍ୱାସ୍ଥ୍ୟ ସେବା ମେଳା ସତ୍ୟବାଦୀ ବ୍ଲକର ୧୦ ଗୋଟି ସ୍ଥାନରେ ୨୦ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପେଣ୍ଠପଡ଼ା ସରପଞ୍ଚ ଚିନ୍ମୟ ରାଉତ, ଡ଼କ୍ଟର ବନ୍ଦିତାରାଣୀ ମିଶ୍ର, ଡ଼କ୍ଟର ପ୍ରତିଭା ଶତପଥୀ, ଅରୁଣ ମଲ୍ଲୀକ ପ୍ରମୁଖ ଡ଼କ୍ଟର ମାନେ ଯୋଗଦେଇ ଆୟୁର୍ବେଦରେ ଚିକିତ୍ସା କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ପ୍ରଚାର ପତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯିବା ସହ ଏକ ଭ୍ରାମ୍ୟମାଣ ସଚେତନତା ରଥ ଗାଡିକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଡ଼କ୍ଟର ଗୌରୀ ଶଙ୍କର ମିଶ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.