pakka

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

bbehera

ପାଟଣାଗଡ଼, (ସଦାଶିବ ସରାଫ୍‌) : ଆଜି ସାରା ଓଡ଼ିଶାରେ ପୂର୍ବ ଘୋଷଣା ଅନୁସାରେ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟପଥ ବଥର୍ଲା ଛକଠାରେ ୧୦ ଦଫା ଦାବୀ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପାଟଣାଗଡ଼ ପୋଲିସ ପହଞ୍ଚି ଆନ୍ଦୋଳନ ଉପରେ ନଜର ରଖିଥିଲା । ୧୦ ଦଫା ମଧ୍ୟରେ ଡ୍ରାଇଭରଙ୍କ ପେନସନ୍‌ ଦାବୀ ମଧ୍ୟ ରହିଛି । ପାଟଣାଗଡ଼ ଡ୍ରାଇଭର ମହାସଙ୍ଘର ସଭାପତି ଗଙ୍ଗାଧର ମହାଳିଙ୍ଗଙ୍କ ନେତୃତ୍ୱରେ ଶତାଧିକ ସଭ୍ୟ ରାସ୍ତାରେ ବସି ସରକାର ବିରୋଧୀ ସ୍ଲୋଗାନ ଦେଇ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

nineteen − eight =