centurian jitm

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ନାରୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଜିଲ୍ଲାର ସମାଜସେବୀକା, ସଂଗଠନ ତଥା ପ୍ରତିଭା ସମ୍ପନ୍ନ ମହିଳାମାନଙ୍କୁ ନାରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ଯୁବ ସମାଜସେବୀ ସନ୍ଦୀପ ବାଗ ଯୋଗ ଦେଇଥିଲେ । ସାମାଜିକ ଅନୁଷ୍ଠାନ ନାରୀ ଶକ୍ତି ଫାଉଣ୍ଡେସନ, ସମ୍ପୂର୍ଣ୍ଣା ମାତୃ ଛାୟା, ସ୍ଵଧାର ଗୃହ, ସ୍ଵାତୀ ମିଶ୍ର, ପ୍ରାଚୀ ପ୍ରିୟଦର୍ଶନୀ ପାତ୍ର, ଗୁଞ୍ଜନ ପାଣିଗ୍ରାହୀଙ୍କୁ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ୟ୍ୟକ୍ରମରେ ସେଣ୍ଟ ଜାଭିୟର ସ୍କୁଲର ଛାତ୍ର ଛାତ୍ରୀମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିବା ବେଳେ ସାମ୍ବାଦିକ ସନ୍ଦୀପ କୁଅଁର ଏହାକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମହିଳା ଶାଖାର ରିଙ୍କି ସାହୁ, ସୁନିତା ବେହେରା, ମିଲି ବାରିକ, ପ୍ରିୟା ମିଶ୍ର, ଶିବାନୀ ଜାଲ, ମାନିନୀ ସୁନାଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତି ଥିଲେ । ଶେଷରେ ଅନୁଷ୍ଠାନର ରୁପା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.