csstore

ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଷ୍ଟାଡିୟମ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏହି ସ୍ୱୀକୃତି ହେଉଛି ଏକ ପ୍ରମାଣ ଯେ, ଆମ ରାଜ୍ୟ ଓଡ଼ିଶା ବହୁ ଦୂର ଯାଇଛି ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଏକ ଚିହ୍ନ ସୃଷ୍ଟି କରିଛି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଏବଂ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଁ ସୁନ୍ଦରଗଡବାସୀ ତଥା ହକି ପ୍ରଶଂସକଙ୍କୁ କ୍ରୀଡା ପ୍ରତି ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି । ମୁଁ ଏହି ସ୍ୱୀକୃତି ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛି ।’

jayashree
Leave A Reply

Your email address will not be published.